Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଥିବା ଜାଣି ବିଚଳିତ ହୋଇଗଲେ ହନିପ୍ରୀତ; ଜେଲରେ କଣ ହେଲା ତାଙ୍କ ଅବସ୍ଥା ଜାଣନ୍ତୁ

13/01/2019 at 4:42 PM

ଦିଲ୍ଲୀ ୧୩/୧ : ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ସମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି | ଆସନ୍ତା ଜାନୁଆରୀ ୧୭ ତାରିଖରେ କୋର୍ଟ ଦୋଷୀକୁ ଦଣ୍ଡ ଶୁଣାଇବେ | କୋର୍ଟର ଫଇସଲା ଶୁଣିବା ପରେ ରାମ ରହିମର ଅବସ୍ଥା ବିଗିଡି ଯାଇଥିଲା | ରାମ ରହିମର ଅବସ୍ଥା ବିଗିଡି ଯାଇଥିବା ଜାଣି ହନିପ୍ରୀତ ଅସ୍ତବ୍ୟସ୍ତ ହୋଇପଡିଥିଲେ ଏବଂ ତାଙ୍କ ଅବସ୍ଥା ମଧ୍ୟ ବିଗିଡି ଯାଇଥିଲା |

କୋର୍ଟରେ ଉପସ୍ଥିତ ଆବେଦନକାରୀ ପକ୍ଷଙ୍କ ସାଖ୍ୟ ଖଟ୍ଟା ସିଂ କହିଥିଲେ ଯେ, ଗୁରମିତ ରାମ ରହିମ ଯେତେବେଳେ କୋର୍ଟଙ୍କ ଫଇସଲା ଶୁଣିଥିଲେ ସେତେବେଳେ ତାର ଚେହେରା ମଳିନ ପଡିଯାଇଥିଲା | ରାମ ରହିମର ଦାଢ଼ି ଓ ଛୁଟି ପାଚି ଗଲାଣି | ସେ ବୁଢା ହୋଇଗଲେଣି | ଚେହେରା ମଧ୍ୟ ଫିକା ପଡ଼ିଗଲାଣି | କୋର୍ଟର ଫଇସଲା ପରେ ସରକାରୀ ଓକିଲ ପଙ୍କଜ ଗର୍ଗ କୋର୍ଟଙ୍କୁ ଅପିଲ କରିଥିଲେ ଯେ, ଦଣ୍ଡ ବିଧାନ ପୂର୍ବରୁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଉ | ଦୋଷୀଙ୍କୁ ଦଣ୍ଡ ବିଧାନ ପରେ ସରକାର ଏବଂ ପୋଲିସ ପକ୍ଷରୁ ପ୍ରସ୍ତୁତି କରିବାକୁ ପଡିବ | ପଙ୍କଜଙ୍କ ଅପିଲ ପରେ ବିଚାରପତି ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି |

ସୂଚନାଯୋଗ୍ୟ ଯେ, ରାମ ରହିମକୁ ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ପେଶ କରାଯାଇଥିଲା | ଦୋଷୀ ସାବ୍ୟସ୍ତ ହେବାପରେ ରାମ ରହିମର ମୁହଁ ଶୁଖି ଯାଇଥିଲା | ସେ କାହାସଙ୍ଗେ ମଧ୍ୟ କଥାବାର୍ତ୍ତା କରିନଥିଲା | ଏପରିକି ସେ ଏତେ ଦୁଃଖିତ ହୋଇଗଲା ଯେ ଭୋଜନ ମଧ୍ୟ କରିନଥିଲା |

ଅପରପକ୍ଷରେ ହନିପ୍ରୀତ ମଧ୍ୟ କୋର୍ଟଙ୍କ ଫଇସଲାକୁ ଅପେକ୍ଷା କରିଥିଲେ | ଅସ୍ତବ୍ୟସ୍ତ ହୋଇ ସେ ସମସ୍ତଙ୍କୁ ପଚାରି ବୁଝୁଥିଲେ ଯେ, କୋର୍ଟ କ’ଣ ଫଇସଲା ଶୁଣାଇଲେ | କିନ୍ତୁ ଯେତେବେଳେ ହନିପ୍ରୀତ ଜାଣିବାକୁ ପାଇଲେ ଯେ, ରାମ ରହିମକୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେତେବେଳେ ସେ ଆହୁରି ବ୍ୟଗ୍ର ହୋଇପଡିଥିଲେ | ଅସ୍ତବ୍ୟସ୍ତ ହୋଇ ସେ ଏପଟେ ସେପଟେ ଘୁରି ବୁଲିଲେ | ଖିଆପିଆ ନକରି ତାଙ୍କ ଚେହେରା ଢଳି ପଡିଥିଲା |

ଏବେ ଅପେକ୍ଷା ୧୭ ତାରିଖକୁ | ୧୭ ତାରିଖରେ ବିଚାରପତି ଫଇସଲା ଶୁଣାଇବେ | ଦୋଷୀ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି |

   Related Posts