ଆନନ୍ଦପୁର: ରେଲିଂରେ ଝୁଲି ରହିଥିଲେ ଭିନ୍ନକ୍ଷମ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

Published By : Prameya-News7 Bureau | January 25, 2021 IST

ଆନନ୍ଦପୁର୨୫/୨: ଝୁଲନ୍ତା ଅବସ୍ଥାରେ ଜଣେ ମାନସିକ ଭିନ୍ନକ୍ଷମଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗର କର୍ମଚାରୀ। ପୋଲ ରେଲିଂରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି। ଆନନ୍ଦପୁର-ଘସିପୁରାକୁ ସଂଯୋଗ କରିଥିବା ବୈତରଣୀ ନଦୀର ମୁଖ୍ୟ ସେତୁର ଏକ ରେଲିଂରେ ଭିନ୍ନକ୍ଷମ ଜଣଙ୍କ ଝୁଲି ରହିଥିଲେ।

ଏ ସଂପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଦେଖିବା ଲାଗି ଲୋକଙ୍କ ଭିଡ ଜମିଥିଲା। ଘଟଣାସ୍ଥଳରେ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଭିନ୍ନକ୍ଷମଙ୍କୁ ଉଦ୍ଧାର କରିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ୩୦ ମିନିଟ୍ ଧରି ଭିନ୍ନକ୍ଷମ ଜଣଙ୍କ ଝୁଲି ରହିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଭିନ୍ନକ୍ଷମ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.