ବରଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | September 23, 2020 IST

ନୀଳଗିରି,୨୩୦୯  ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଗୁଡି ଖାଣିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।  ମୃତକ ହେଲେ ଦାଶରଥିପୁର ଗ୍ରାମର ବନମାଳୀ ଶତପଥୀଙ୍କ ପୁଅ ରାଜେନ୍ଦ୍ର ଓରଫ ପାଗୁଲୁ ଶତପଥୀ।

ବୁଧବାର ସକାଳୁ କିଛି ଗ୍ରାମବାସୀ ବର ଗଛରେ ରାଜେନ୍ଦ୍ରଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ମୃତଦେହକୁ ଉଦ୍ଧାର କରିଥିଲେ । ଏହାସହ ପୋଷ୍ଟମଟର୍ମ ପାଇଁ ହସ୍ପିଟାଲକୁ ପାଠାଇଥିଲେ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନି। ପୋଷ୍ଟମଟର୍ମ  ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.