ସ୍କୁଲ ପରିସରରେ ଥିବା ଗଛରେ ଝୁଲୁଛି ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ?

Published By : Prameya-News7 Bureau | July 22, 2021 IST

ଜଳେଶ୍ବର ୨୨।୭: ବାଲିଆପାଳ ଥାନା ଅଳାଡିହା ପଞ୍ଚାୟତ ଅଳାଡିଆ ଗ୍ରାମରେ ଅଭାବନୀୟ ଘଟଣା । ଅଳାଡିହା ପ୍ରାଥମିକ ବିଦ୍ୟାଳୟ ହତା ଭିତରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ପଞ୍ଚବଟି ପରିଡା ।  

{"id":484089,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଳାଡିଆ ପଞ୍ଚାୟତର ଅଳାଡିଆ ସ୍କୁଲ ପଡିଆ ପରିସରରେ ପିଲାଙ୍କ ଖେଳିବା ଉଦ୍ଦେଶ୍ୟରେ ଥିବା ଏକ ଲୁହାଦୋଳି ପାଇପରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲୁଥିବାର ଗ୍ରାମବାସୀମାନେ ଦେଖିଥିଲେ । ସ୍କୁଲ ଗେଟ୍ ବନ୍ଦ ଥିବାରୁ କେହି ଝୁଲନ୍ତା ମୃତଦେହ ନିକଟକୁ ଯାଇପାରିନଥିଲେ । ମହିଳା ଜଣଙ୍କ ହେଲେ ଅଳାଡିଆ ଗ୍ରାମର ଗୌରାଙ୍ଗ ପରିଡାଙ୍କର ସ୍ତ୍ରୀ ପଞ୍ଚବଟୀ ପରିଡା ।

{"id":484090,"width":746,"height":410,"sizeSlug":"large","linkDestination":"none"}

ଏ ନେଇ ଗ୍ରାମବାସୀ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ ମହିଳା ଜଣଙ୍କ ଦୀର୍ଘ ଦିନ ଧରି ପେଟ ରୋଗରେ ପୀଡିତ ଥିଲେ । କଷ୍ଟ ସହି ନପାରି ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ବାମୀ କହିଥିବା ବେଳେ ପୋଷ୍ଟମର୍ଟମ ପରେ ଜଣାପଡିବ ଏହା ହତ୍ୟା ନା ଆତ୍ମହତ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.