ଭାଉଜଙ୍କ ସହ ପରକୀୟା ପ୍ରୀତିରୁ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ କରିଥିଲେ ଭିଡିଓ କଲ୍ !

Published By : Prameya-News7 Bureau | June 26, 2021 IST

ସାଲେପୁର ।୬: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ପରିବାର ପକ୍ଷରୁ ଫାଣ୍ଡିରେ ହତ୍ୟା ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୂଦ ଫାଣ୍ଡି ଅନ୍ତର୍ଗତ କୁଅଁରପୁର ଗାଁରେ । ମୃତକ ଜଣକ ହେଲେ କୁଅଁରପୁର ଗାଁର ନରେନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ।

ସୂଚନାଯୋଗ୍ୟ ଯେ, ଗାଁର ଭରତ କୁମାର ପ୍ରଧାନ ବିଲକୁ କାମ କରିବାକୁ ଯାଇ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ପରେ ମୃତଦେହକୁ ବିରୂପା ନଦୀ କୂଳରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସେହି ଗ୍ରାମର ସମ୍ପର୍କୀୟ ଭାଉଜଙ୍କ ସହ ତାଙ୍କର ଅନୈତିକ ପ୍ରେମ ସମ୍ପର୍କ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ସେ ସମ୍ପର୍କୀୟ ଭାଉଜଙ୍କୁ ମୋବାଇଲ ଯୋଗେ ଭିଡିଓ କଲ୍ କରି ଦେଖାଇବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ପରକୀୟା ପ୍ରୀତି ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.