Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା

15/04/2021 at 10:11 AM

ରାଇରଙ୍ଗପୁର ୧୫।୪: ସ୍କୁଲ ନିକଟରେ ଥିବା ଏକ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଦୁନ୍ଦୁ ଗ୍ରାମରେ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଦୁନ୍ଦୁ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ଗଛରେ ଝୁଲୁଛି ଜଣେ ଯୁବକଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ଜଣା ପଡିବ ହତ୍ୟା ନା ଆତ୍ମହତ୍ୟା। ମୃତ ଯୁବକ ଜଣଙ୍କ ସାନ ଦୁନ୍ଦୁର ଇଶ୍ରାଇଲ ବୋଲି ଜଣାପଡ଼ିଛି।

   Related Posts