ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | February 05, 2020 IST

ପଟ୍ଟାମୁଣ୍ଡାଇ ୫।୨: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପଟ୍ଟାମୁଣ୍ଡାଇ ମୁଗକଣି ଗାଁ ନିକଟ ନାଳ କଡରେ ଥିବା ଏକ ଗଛରୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ହେଉଛନ୍ତି ପରିପଙ୍ଗରା ଗାଁର ଗୁନ୍ଥା ପ୍ରଧାନ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁନ୍ଥା ପାଖ ଗାଁରେ ଚାଲିଥିବା ଯାତ୍ରା ଦେଖିବାକୁ ଆସିଥିଲେ । ତେବେ ସେ ଆଉ ଘରକୁ ଫେରିନଥିଲେ । ତେବେ ଆଜି ସକାଳେ ପାଖ ଗାଁ ମୁଗକଣି ଗାଁ ନାଳ କଡରେ ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.