ଜୀବନ ହାରିଲେ ପ୍ରେମୀଯୁଗଳ ! ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 02, 2020 IST

ପାରାଦୀପ ୨।୭: ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୄତଦେହ ଉଦ୍ଧାର କରାଯାଇଛି। କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୂଦ ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ତୁଷାର ପଲାଇ ଓ ଯୁବତୀ ଜଣଙ୍କ ହେଲେ ବେବିନା ଦାସ । ଉଭୟ ପ୍ରେମୀଯୁଗଳ ବୋଲି ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଦୁଆଡିଆ ଗ୍ରାମର ତୁଷାର ପଲାଇ ଏବଂ ବେବିନା ଦାସ ମଙ୍ଗଳବାରଠାରୁ ନିଖୋଜ ଥିଲେ । ଉଭୟଙ୍କୁ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା । ତେବେ ବୁଧବାର ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କ ମୄତଦେହ ଉଦ୍ଧାର ହୋଇଛି । ମୄତ ଯୁବକ ତୁଷାର ପଲାଇଙ୍କ ବୟସ ୨୦ ବର୍ଷ ଏବଂ ଯୁବତୀ ବେବିନା ଦାସଙ୍କ ବୟସ ୨୫ ବର୍ଷ ହେବ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.