ହତ୍ୟା ନା’ ଆତ୍ମହତ୍ୟା ? ଘର ଭିତରୁ ଝୁଲନ୍ତା ଅବସ୍ଥାରେ ୧୨ବର୍ଷର ନାବାଳିକାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | December 18, 2020 IST

ନୂଆପଡା ୧୮।୧୨: ଝୁଲନ୍ତା ଅବସ୍ଥାରେ ଘର ଭିତରୁ ୧୨ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନୂଆପଡା ଜିଲ୍ଲା ମହୁଲଭଟ୍ଟା ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ମହୁଲଭଟ୍ଟା ଗାଁ ସ୍ଥିତ ଏକ ଇଂଲିଶ ମିଡିଅମ୍ ସ୍କୁଲରେ ସଂପୃକ୍ତ ନାବାଳିକା ସପ୍ତମ ଶ୍ରେଣୀରେ ପଢୁଥିଲେ । ମା’ ସ୍ବାସ୍ଥ୍ୟକର୍ମୀ ଭାବରେ କାମ କରୁଥିବା ବେଳେ, ବାହାରକୁ ଡିୟୁଟିରେ ଯାଇଥିଲେ । ଗୁରୁବାର ହୋମ୍ ୱାର୍କ ପେପର୍ ବିଦ୍ୟାଳୟକୁ ଦେବା ପାଇଁ ବାପାଙ୍କୁ ଫୋନ୍ ଯୋଗେ କହିଥିବା ବେଳେ ବାପା ସ୍କୁଲକୁ ଯାଇଥିଲେ । ପରେ ମୃତ ନାବାଳିକାର ବଡ଼ବାପା କିଛି କାମ ପାଇଁ ଝିଅକୁ ଡାକିବା ପରେ ସେ ଆଉ କବାଟ ଖୋଲିନଥିଲା ।

କବାଟ ଭାଙ୍ଗିବା ପରେ ନାବାଳିକା ଜଣଙ୍କ ଫ୍ୟାନ୍ ରେ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ତାର ତଦନ୍ତ ପାଇଁ ଦାବି ଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.