ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଛ ମାମଲା ପାଇଁ ଜୀବନ ହାରିଥିବା ଅଭିଯୋଗ

Published By : Prameya-News7 Bureau | April 26, 2021 IST

ନିଶ୍ଚିନ୍ତକୋଇଲି ୨୬।୪: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଓଲକଣା ଗାଁର ବିଶ୍ବନାଥ ପ୍ରଧାନ ଓରଫ ବିଶିଆଙ୍କ ମୃତଦେହ ନିଜ ଘରୁ ଉଦ୍ଧାର ହୋଇଛି । ପରିବାର ଲୋକେ ବିଶ୍ବନାଥଙ୍କ ଶରୀର ନିଜ ଘର ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖି ଫ୍ୟାନରୁ ରଶି କାଟି ବିଶ୍ବନାଥଙ୍କୁ ଉଦ୍ଧାର କରିଥିଲେ ହେଲେ ସେତେବେଳେକୁ ବିଶ୍ବନାଥଙ୍କର ମୃତ୍ୟୁ ହୋଇଥିବା ସୂଚନା । ପରେ ପରିବାର ପକ୍ଷରୁ ଭଦ୍ରେଶ୍ବର ଫାଣ୍ଡିରେ ଏତଲା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।

ସୂଚନାଯୋଗ୍ୟ ଯେ, ଗାଁର କିଛି ବ୍ୟକ୍ତି ବିଶ୍ବନାଥ ଏବଂ ତାଙ୍କ ପୁଅ ନାଁରେ କିଛି ମିଛ ମାମଲା ରୁଜୁ କରିଥିବାରୁ ମାନସିକ ଚାପରେ ଗଲା କିଛି ଦିନ ହେଲା ରହୁଥିଲେ ଏବଂ ସେହି ସବୁ କାରଣରୁ ବିଶ୍ବନାଥ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଏତଲାରେ କୁହାଯାଇଛି । ଏପଟେ ପୋଲିସ ଶବକୁ ଜବତ କରି ତଦନ୍ତ କଲାବେଳେ ବିଶ୍ବନାଥଙ୍କ ଗୁପ୍ତାଙ୍ଗରେ ଆଘାତପ୍ରାପ୍ତ ହୋଇଥିବା ଦେଖିବାକୁ ପାଇଥିଲା ।  ତେବେ ଏହା ଆତ୍ମହତ୍ୟା ନାଁ ସୁଚିନ୍ତିତ ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ, ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ଭଦ୍ରେଶ୍ବର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ମୃତକ ବିଶ୍ବନାଥ ଏକ ପେଟ୍ରୋଲ ଟ୍ୟାଙ୍କରରେ କାମ କରୁଥିବା ବେଳେ ତାଙ୍କର ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.