ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | May 06, 2021 IST

ନୀଳଗିରି ୬।୫: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଗରଡ଼ିହି ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗରଡ଼ିହି ପଞ୍ଚାୟତ ଅନ୍ତର୍ଗତ ଚନ୍ଦିନିପୁରୁ ଗ୍ରାମ କମଳା ନଦୀ ନିକଟରେ ଜଣେ ଅଚିହ୍ନା ଯୁବକ ବେକରେ ରସି ଲଗାଇ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଗୁରୁବାର ସକାଳେ ସ୍ଥାନୀୟ ଲୋକ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ ଆତ୍ମହତ୍ୟା କରିଛି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.