ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?

Published By : Prameya-News7 Bureau | June 13, 2021 IST

ନୀଳଗିରି ୧୩।୬: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଘଟଣା ବାଲେଶ୍ବର ଜିଲ୍ଲା ବେଗୁନିଆ ପଞ୍ଚାୟତ କୁସନପୁର ଗାଁରେ ଦେଖିବାକୁ ମିଳିଛି । ମୃତକ ହେଲେ ଇନ୍ଦ୍ରଜିତ ସିଂଙ୍କ ୨୨ ବର୍ଷର ପୁଅ ବବୁଲୁ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ସାଙ୍ଗମାନଙ୍କ ସହ ଭୋଜି କରି କରିଥିଲେବବୁଲ । ହେଲେ ରବିବାର ସକାଳେ ତାଙ୍କ ଘର ପାଖ ବାଡିରେ ଖୁଳନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାର ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଗ୍ରାମବାସୀମାନେ ହତ୍ୟା ଅଭିଯୋଗ ଆଣିଛନ୍ତି । ନୀଳଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଶବଟିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.