ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ନିକଟରେ ରହିଛି ବାଇକ୍

Published By : Prameya-News7 Bureau | November 15, 2021 IST

ଖୋର୍ଦ୍ଧା ୧୫।୧୧: ରେଳ ଧାରଣା ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର ବୋତଳମା ନିକଟରୁ ଉଦ୍ଧାର ହୋଇଛି ।  ମୃତ ଯୁବକ ହେଲେ ଆଠଗଡ଼ ଅଞ୍ଚଳର ବିଜୟ ବେହରା । ସେ ଦୀର୍ଘ ଦିନ ଧରି ଖୋର୍ଦ୍ଧା କଲେକ୍ଟର ଅଫିସ ନିକଟସ୍ଥ କୌଣାର୍କ ନଗରରେ ତାଙ୍କ ଶ୍ବଶୁର ଘରେ ରହିଆସୁଥିଲେ । କିନ୍ତୁ ଅଧିକ ଧାରକରଜ କରିଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ସୂଚନା ମିଳିଛି ।

ସୋମବାର ସକାଳୁ ସଦର ଥାନା ଅନ୍ତର୍ଗତ ବୋତଳମା ରେଳ ଧାରଣା ନିକଟ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ଗ୍ରାମବାସୀ । ପାଖରେ ଏକ ଗାଡ଼ି ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଖୋର୍ଦ୍ଧା ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.