Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

14/07/2021 at 12:58 PM

କେନ୍ଦୁଝର ୧୪।୭: ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପୁଟୁଳିଆ ଗାଁ ସ୍ଥିତ ସାଇ ମନ୍ଦିର ନିକଟସ୍ଥ ଜଙ୍ଗଲର ଏକ ଗଛରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଝୁଲନ୍ତା ଅବସ୍ଥାରେ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତକ ଜଣଙ୍କ ହେଲେ ପଦ୍ମପୁର ଗ୍ରାମର ଗୋପ ସାହୁଙ୍କ ପୁଅ ୨୮ ବର୍ଷ ବୟସ୍କ ଅବିନାଶ ସାହୁ ଓରଫ ସନୁ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତି ୧୧ଟା ୫୦ ସମୟରେ ପୁଟୁଳିଆ ଭୁବନାନନ୍ଦ ପବ୍ଲିକ ସ୍କୁଲର ଚେୟାରମ୍ୟାନ ଦିଲ୍ଲୀପ କୁମାର ବେହେରା ସେହି ରାସ୍ତାଦେଇ ଗାଡିରେ ଯାଉଥିବା ସମୟରେ ହଠାତ ଯୁବକ ଜଣଙ୍କ ବେକରେ ଗାମୁଛା ଲଗାଇ ଗଛରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ । ସେତେବେଳକୁ ଯୁବକଙ୍କ ମୃତ୍ୟୁ ଘଟି ସାରିଥିଲା। ଦିଲ୍ଲୀପଙ୍କଠାରୁ ଖବର ପାଇ ସଦର ଥାନା ଏସଆଇ ଯଦୁମଣି ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ପାରିବାରିକ କଳହକୁ ନେଇ ଅବିନାଶ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛନ୍ତି।

   Related Posts