ହତ୍ୟା ନା’ ଆତ୍ମହତ୍ୟା ? ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 27, 2021 IST

କେନ୍ଦ୍ରାପଡା ୨୭।୧: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଗଇଦୁଆ ପାଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତକ ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତୀଆପାଳ ଗାଁର ପୀତାମ୍ବର ସେଠୀ ବୋଲି ଜଣାପଡିଛି l

ତେବେ ପୀତାମ୍ବରଙ୍କ ମୃତଦେହ ପାଟ ମଝିରେ ଥିବା ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ଏ ନେଇ ପୋଲିସ ଖବର ପାଇବା ପରେ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି l ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିନାହିଁ l ଏ ନେଇ ପୋଲିସ କିମ୍ବା ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.