ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 30, 2021 IST

ଫୁଲବାଣୀ ୩୦।୧୧: ଶାଗୁଆନ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଖେଳପଡିଆ ନିକଟରେ ଥିବା ଏକ ଶାଗୁଆନ ଗଛରୁ ଜଣେ ଯୁବକଙ୍କ ମୃତଦେହ  ଉଦ୍ଧାର କରିଛି ଫିରିଙ୍ଗିଆ ପୋଲିସ । ସକାଳୁ ଉକ୍ତ ପଡିଆକୁ ଖେଳିବା ପାଇଁ ଆସିଥିବା ପିଲାମାନେ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳଙ୍କ ସହ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

{"id":551977,"width":755,"height":415,"sizeSlug":"full","linkDestination":"none"}

ତେବେ ଯୁବକ ଜଣଙ୍କ ଦୀର୍ଘ ୪ ବର୍ଷ ହେଲା ଫିରିଙ୍ଗିଆ ସହରର ଏକ ହୋଟେଲରେ କାମ କରିବା ସହ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡୁଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଯୁବକ ଜଣଙ୍କ ଫିରିଙ୍ଗିଆ ସହରରେ କାଳିଆ ନାଁରେ ପରିଚିତ ଥିବାବେଳେ ତାଙ୍କର ଅସଲ ପରିଚୟ ଜଣା ପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.