ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 04, 2021 IST

କଳାହାଣ୍ଡି ୪।୧୧: କଳାହାଣ୍ଡି ଜିଲ୍ଲା ଚାରବାହାଲ ମଣ୍ଡି ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗାମୁଛାରେ ଓହଳି ଆତ୍ମହତ୍ୟା କରିଛନ୍ତି ଯୁବକ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କୋକସରା ଥାନା ମୋଟେର ଫାଣ୍ଡି ଅଧିନରେ ଥିବା ଚାରବାହାଲ ମଣ୍ଡିଠାରେ ବୁଧବାର ସନ୍ଧ୍ୟା ୭ଟା ୩୦ରେ ଜଣେ ଯୁବକଙ୍କ ମୃତଦେହ ଗଛ ତଳେ ଠାବ ହୋଇଥିଲା । ଗୁରୁବାର ସକାଳୁ ପୋଲିସ ଶବ ଉଦ୍ଧାର କରିଛି । ମୃତକ ହେଲେ ହଳମାଳପଡାର ସୁବ୍ରତ ତାଣ୍ଡି । ତାଙ୍କ ବୟସ ୨୨ ବୋଲି ଜଣାପଡିଛି । ଗଛ ଡାଳରେ ଗାମୁଛାରେ ଓହଳି ଆତ୍ମହତ୍ୟା ପରେ ଗାମୁଛା ଛିଣ୍ଡି ଯିବାରୁ ଶବ ତଳେ ପଡି ଯାଇଥିଲା  ଘଟଣାସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ  ଅଜୟ କୁମାର ନାଏକ  ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.