କାଜୁ ବଗିଚାରୁ ଗଳିତ ମୃତଦେହ ଉଦ୍ଧାର, ୫ ଦିନ ହେଲା ଥିଲେ ନିଖୋଜ

Published By : Prameya-News7 Bureau | August 01, 2020 IST

ହିଞ୍ଜିଳି ୧।୮: କାଜୁ ବଗିଚାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୫ ଦିନ ହେବ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଚାନ୍ଦୁଲି ପଞ୍ଚାୟତର ଖଣ୍ଡରା ଗାଁର ୫୫ ବର୍ଷ ବୟସ୍କ ଦେବରାଜ ସେଠୀ ପାରିବାରିକ କଳହକୁ ନେଇ ଗତ ୫ ଦିନ ହେବ ନିଖୋଜ ଥିଲେ । ନିଖୋଜ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଆଜି ହିଞ୍ଜିଳି ରାଜା ତୋଟା କାଜୁ ବଗିଚାରେ ଦେବରାଜ ସେଠୀଙ୍କ ଗଳିତ ମୃତଦେହ ତଳେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.