Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛରୁ ଝୁଲନ୍ତା ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?

16/04/2020 at 9:52 AM

ବଲାଙ୍ଗିର ୧୬।୦୪: ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ରୁଷି ସାହୁ ବୋଲି ଜଣାପଡିଛି । ବଲାଙ୍ଗୀର ସହର ଉପକଣ୍ଠ ଆରଟିଓ ଅଫିସ୍‌ ଛକ ନିକଟରେ ଥିବା ଏକ ଗଛରୁ ମୃତଦେହ ଠାବ ହୋଇଛି । ବଲାଙ୍ଗିର ପୌରସଂସ୍ଥାର ଡ୍ରାଇଭର ଭାବେ କାମ କରୁଥିଲେ ରୁଷି ।

 ସୂଚନାଯୋଗ୍ୟ ଯେ, ବୁଧବାର ଦିନ ରାତି ୮ଟା ସମୟରେ ଘରୁ କୌଣସି କାମରେ ବାହାରି ଆସିଥିଲେ ରୁଷି । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଘର ଲୋକେ ବ୍ୟସ୍ତ ହୋଇ ରହିଥିଲେ । କିନ୍ତୁ ତାପରେ ବି ମଧ୍ୟ କୌଣସି କାମରେ ରହିଯାଇଥିବା ଘର ଲୋକେ ଭାବିନେଇଥିଲେ । ତେବେ ଗୁରୁବାର ଦିନ ସକାଳ ସମୟରେ ରାସ୍ତାରେ ମର୍ଣ୍ଣି ଓ୍ୱାର୍କ କରୁଥିବା ଲୋକେ ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାରଣ ଜଣାପଡିନାହିଁ । ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।  ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଡକାଯିବ ବୋଲି ସୂଚନା ମିଳିଛି ।

   Related Posts