ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | June 15, 2021 IST

ଭଦ୍ରକ ୧୫।୬: ରଜରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି । ମୃତକ ଯୁବତୀ ଜଣଙ୍କ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି ।

{"id":466385,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଏହି ଭଡା ଘରେ ୩ ଜଣ ରୁମମେଟଙ୍କ ସହ ଦୀର୍ଘ ଦିନ ରହି ଆସୁଥିଲେ ସଙ୍ଗୀତା । ରଜ ପାଇଁ ସମସ୍ତେ ଘରକୁ ପଳାଇ ଯାଇଥିବା ବେଳେ ସଙ୍ଗୀତା ଏକୁଟିଆ ରହୁଥିଲେ । ସେ ଏଠାରେ ରହି ଭଦ୍ରକରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିଲେ । ଅପରାହ୍ନରେ ଖାଇ ପିଇ ରୁମରେ ରହିଥିଲେ । ମାତ୍ର ରାତିରେ ଭିତର ପଟୁ କବାଟ ନ ଖୋଲିବାରୁ ଘର ମାଲିକଙ୍କ ସନ୍ଦେହ ହୋଇଥିଲା । ଯେତେ ଡାକିଲେ ବି ସେ କବାଟ ଖୋଲି ନଥିଲେ । ସ୍କାଇଲାଇଟ ବାଟେ ଦେଖିବା ବେଳକୁ ଓଢଣୀ ଲଗାଇ ଫ୍ୟାନରେ ଝୁଲୁଥିଲା ତାଙ୍କ ମୃତଦେହ । ଟାଉନ ପୋଲିସକୁ ଖବର ଦେବାରୁ ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା । ଭଦ୍ରକ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.