ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗୁରୁବାରଠାରୁ ଥିଲେ ନିଖୋଜ

Published By : Prameya-News7 Bureau | August 21, 2020 IST

ବାଂଶପାଳ ୨୧।୮: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ସଦର ଥାନା ଶୁଆକାଟୀରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୁଆକାଟୀ କନ୍ୟାଶ୍ରମ ନିକଟରେ ଜଣେ ଯୁବକଙ୍କ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଶୁଆକାଟି ଗ୍ରାମର ଗଣେଶ ସାହୁଙ୍କ ପୁଅ ରାଜୀବ ଲୋଚନ ସାହୁ । ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସେ ଗୁରୁବାର ରାତିରେ ହଠାତ୍ କୌଣସି କାରଣରୁ ଘରୁ ପଳାଇଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ଶୁକ୍ରବାର ସକାଳୁ ଗ୍ରାମବାସୀ ଶୁଆକାଟୀ କନ୍ୟାଶ୍ରମ ରାସ୍ତାରେ ଯିବା ସମୟରେ ଏ ଦୃଶ୍ୟ ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ପରିବାର ଲୋକଙ୍କୁ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଶୁଆକାଟୀ ଫାଣ୍ଡି ଅଧିକାରୀ ଏବଂ ସଦର ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.