ହତ୍ୟା ନା’ ଆତ୍ମହତ୍ୟା ? ବର ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପାଖରେ ପଡିଛି ଚପଲ

Published By : Prameya-News7 Bureau | September 18, 2021 IST

ବାଲିପାଟଣା ୧୮।୯: ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଏକ ବର ଗଛରେ ଝୁଲୁଛି ଜଣେ ଯୁବକଙ୍କ ମୃତଦେହ । ମୃତକ ହେଉଛନ୍ତି ତୁରିନ୍ତିରା ଗ୍ରାମର ଚିନ୍ତାମଣୀ ମୁଦୁଲି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ଗ୍ରାମର ଜଣେ ଯୁବକ ମୃତଦେହଟି ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ବାଲିପାଟଣା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ବାଲିପାଟଣା ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 

{"id":513571,"sizeSlug":"full","linkDestination":"none"}

ମୃତଦେହଟି ଏକ ଗଛରେ ଝୁଲୁଥିବା ବେଳେ ଗୋଡ ତଳେ ଲାଗିଥିଲା । ମୃତଦେହ ନିକଟରେ ଚପଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଚିନ୍ତାମଣୀ ଆତ୍ମହତ୍ୟା କରିଛି ନା’ ତାଙ୍କୁ କେହି ହତ୍ୟା କରି ସେଠାରେ ଟାଙ୍ଗି ଦେଇଛି ତାହା ଜଣାପଡିନାହିଁ ।

ତେବେ ଶୁକ୍ରବାର ଚିନ୍ତାମଣୀ ଶେଷଥର ପାଇଁ ରାତି ସାଢେ ୯ଟାରେ ପରିବାର ସହ ଯୋଗାଯୋଗରେ ଥିଲେ । ତାଙ୍କ ବାଇକ୍‌ ରେ ସମସ୍ୟା ଥିବାରୁ ସେ ଚାଲି ଚାଲି ଆସୁଥିବା ପରିବାରକୁ ଜଣାଇଥିଲେ । ମାତ୍ର ଶନିବାର ତାଙ୍କର ମୃତଦେହ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.