ବନ୍ଦ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ନିର୍ଯାତନା ସହିନପାରି ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | October 19, 2021 IST

ସାଲେପୁର ୧୯।୧୦: ବନ୍ଦ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଗ୍ରାମର ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ମୃତିରଞ୍ଜନ ରାଉତରାୟ । ତାଙ୍କ ବୟସ ୩୩ ବର୍ଷ ।

ମୃତକଙ୍କ ବାପା ଅକ୍ଷୟ ରାଉତରାୟ ମା’ ଓ ତାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅର ବିବାହ ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଷଦ ଗ୍ରାମର କଲ୍ୟାଣୀ ସାମଲଙ୍କ ସହିତ ୪ ବର୍ଷ ହେବ ହୋଇଥିଲା । କଲ୍ୟାଣୀ ସାମଲ ଓ ତାଙ୍କ ପରିବାର ଲୋକେ ସବୁବେଳେ ସ୍ମୃତିରଞ୍ଜନଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି । କଷ୍ଟ ସହି ନପାରି ଆମ ପୁଅ ଆତ୍ମହତ୍ୟା କରିଛି ବୋଲି ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ।

ସ୍ମୃତିରଞ୍ଜନ ସିମେଣ୍ଟ ଓ ମାର୍ବଲ ମିସ୍ତ୍ରୀ ଭାବେ କାମ କରନ୍ତି । ସାଲେପୁର ପୋଲିସର ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡୁଛି । ଶବ ବ୍ୟବଚ୍ଛେଦ ପରେ ସବୁ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.