ଦୁଷ୍କର୍ମ ମାମଲାରେ ଏବେ ୨୧ ଦିନ ମଧ୍ୟରେ ହେବ ଫାଶୀ – ଆନ୍ଧ୍ର ପ୍ରଦେଶରେ ନୂଆ ନିୟମ

Published By : Prameya-News7 Bureau | December 13, 2019 IST

ହାଇଦ୍ରବାଦ ୧୩।୧୨ -  ଦୁଷ୍କର୍ମକାରୀଙ୍କୁ ଏଣିକି ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି । ଆନ୍ଧ୍ରପ୍ରଦେଶ ଦିଶା ବିଲ୍ ୨୦୧୯ ନାମରେ ବିଧାନସଭାରେ ଆଗତ ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ସଂଶୋଧନ ଆଇନକୁ ଆଜି ଆନ୍ଧ୍ରପ୍ରଦେଶ ବିଧାନସଭା ମଞ୍ଜୁର କରିଛି ।

ଏହି ବିଲ୍ ବିଧାନସଭାର ପାସ୍ ହେବା ପରେ ଏଣିକି ଆନ୍ଧ୍ରପ୍ରଦେଶରେ ଦୁଷ୍କର୍ମ ବା ଗଣଦୁଷ୍କର୍ମ ଅପରାଧୀଙ୍କୁ ଏଣିକି ମାତ୍ର ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ । ଦିଶା ଗଣଦୁଷ୍କର୍ମ ଓ ବୀଭତ୍ସ ହତ୍ୟା ପରେ ଦୁଷ୍କର୍ମକାରୀଙ୍କୁ ତୁରନ୍ତ କଠୋର ଶାସ୍ତି ଦେବାକୁ ଦାବି ହୋଇଥିଲା । ତେଲେଙ୍ଗାନା ସରକାର କଡ଼ା ଆଇନ ଆଣିବାକୁ ଚାପ ପଡ଼ିଥିଲା ।....  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.