ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

Published By : Prameya-News7 Bureau | June 14, 2020 IST

ଭଦ୍ରକ, ୧୪|୦୬ :  ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ ବନସ୍ତା ଅଞ୍ଚଳରୁ ଏହି ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ରବିବାର ଗାଁ ଲୋକେ ବୈତରଣୀ ନଦୀ କୂଳରେ ଥିବା ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିଥିଲେ । ପରେ ଭଣ୍ଡାରିପୋଖରୀ ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।

ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ଗଳିତ ମୃତଦେହ ମିଳିଥିବାରୁ ପରିଚୟ ଅସ୍ପଷ୍ଟ ରହିଛି । ତେବେ ମୃତକ ଜଣକ ନଦୀ ଅପର ପାର୍ଶ୍ୱ ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.