ବଲାଙ୍ଗିର ରେଳ ଷ୍ଟେସନ ନିକଟ ଜଙ୍ଗଲରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | May 13, 2019 IST

ବଲାଙ୍ଗିର ୧୩।୫ :   ସ୍ଥାନୀୟ ରେଲଓ୍ବେ ଡାକ୍ତରଖାନା ପାଖ ଜଙ୍ଗଲରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତ ଦେହ । ମୃତକ ହେଲେ ନୟାଗଡ଼ କଣ୍ଟିଲୋର ପୁଷ୍ପାଞ୍ଜଳି ବାରିକ ଓରଫ ମାନି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମୃତ ଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

{"id":111540}

ରେଲଓ୍ବେ ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମ ପାଖରେ ଥିବା ଜଙ୍ଗଲରୁ ମିଳିଛି ମହିଳାଙ୍କ ମୃତ ଦେହ। ମାନିଙ୍କ ନିଜ ଘର ଖୋର୍ଦ୍ଧା ଦେଉଦରେ । ତେବେ ସେ କଣ୍ଟିଲୋର ମାଟିଆ ବାରିକଙ୍କୁ ବିବାହ କରିଥିଲେ।   ଆଜି ସକାଳେ ମାନିଙ୍କ ମୃତ ଦେହ ଦେଖିବା ପରେ ସ୍ଥାନୀୟ ଲୋକ ଜିଆରପିକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।   ମୃତ ମହିଳାଙ୍କ ନିକଟରେ ପଡିଥିବା ଏକ ବ୍ୟାଗରୁ କିଛି ଫଟୋ, ପୋଷାକ ଓ ମଦ ବୋତଲ ମିଳିଛି ।   ଗତ କାଲି ଠାରୁ ମହିଳା ଜଣଙ୍କ ଏଠାରେ ଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ ।

{"id":111541}

ଜିଆରପିର ଏତେ ନିକଟରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ସୁରାକ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାରିବାରିକ କଳହ ଯୋଗୁଁ ମହିଳା ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏବେ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା । ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ କେମିତି ପୁଷ୍ପାଞ୍ଜଳୀଙ୍କ ମୃତ୍ୟୁ ହେଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.