ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
15/07/2019 at 1:30 PM

ବାଲେଶ୍ବର ୧୫/୭: ବାଲେଶ୍ବର ଜିଲା ବାହାନଗା ବ୍ଲକ ଅଞ୍ଚି ଗ୍ରାମର ଜଣେ ଯୁବକଙ୍କ ଶବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।
ଅଞ୍ଚି ଗ୍ରାମ ପାଳ ସାହିର କ୍ଷେତ୍ରମୋହନ ପାଳଙ୍କ ପୁଅ ସତ୍ୟବାନ ଗତକାଲି ଠାରୁ ଘରୋଇ କଳି ପାଇଁ ଘର ଛାଡି ପଳାଇଥିଲେ। ଆଜି ସକାଳେ ସତ୍ୟବାନର ଘର ଠାରୁ ଅଧ କିଲୋମିଟର ଦୂର ଏକ ଶିରିସା ଗଛରେ ଶବ ଝୁଲୁଥିବାର ଲୋକେ ଦେଖି ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ସତ୍ୟବାନର ଘର ଲୋକ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021