ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲସର ତଦନ୍ତ ଜାରି

Published By : Prameya-News7 Bureau | December 01, 2019 IST

ରାଇରଙ୍ଗପୁର ୦୧।୧୨:  ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଠାବ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା  ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ନିବାସ ରେ ଘଟଣା ଘଟିଛି । ମୃତ ଅଧ୍ୟାପିକା ଜଣକ ରାଇରଙ୍ଗପୁର ମହାବିଦ୍ୟାଳୟରେ ଫିଜିକ୍ସ ଅଧ୍ୟାପିକା ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ ।

{"id":192352,"sizeSlug":"large"}

ସୂଚନାଯୋଗ୍ୟ ଯେ,  ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ  ଅଧ୍ୟାପିକା ରହୁଥିଲେ । ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ, କିନ୍ତୁ କବାଟ ନଖୋଲିବା ଓ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମାନେ ମିଶି କବାଟକୁ ଧକ୍କା ଦେଇ ଖୋଲିଥିଲେ। କବାଟ ଖୋଲିବା ପରେ  ଅଧ୍ୟାପିକା ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖି ତୁରନ୍ତ କଲେଜ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

{"id":192353,"sizeSlug":"large"}

କଲେଜ କର୍ତ୍ତୃପକ୍ଷଙ୍କ ପହଞ୍ଚି ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ , ପରେ ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ଅଧ୍ୟାପିକା ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପାଣ୍ଡରା ଗାଁର ବୋଲି ଜଣାପଡିଛି। ମାସକ ପୂର୍ବରୁ ଅଧ୍ୟାପିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ  ଝାରପୋଖରିଆ ଥାନାରେ ମାମଲା ରୁଜୁ ହୋଇଛି । ପୂର୍ବରୁ ଥରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.