ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ , ପୋଲିସର ଛାନଭିନ ଆରମ୍ଭ

Published By : Prameya-News7 Bureau | November 26, 2019 IST

ରାଇରଙ୍ଗପୁର ୨୬।୧୧: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ନେଉତି ଗାଁରେ ଘଟିଛି ଘଟଣା । ମୃତ ଯୁବକ ସେହି ଗାଁର ଗଣେଷ ଓରଫ ବିବେକ ମହାନ୍ତି ବୋଲ ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।  

{"id":190057,"sizeSlug":"large"}

ସୂଚନାଯୋଗ୍ୟ ଯେ,  ନେଉତି ଗାଁର ଖିରଣ ମହାନ୍ତ ନାମକ ଜଣେ ବ୍ୟକ୍ତି ବିବେକ ଛୋଟ ଥିବା ସମୟରୁ ପାଳିପୋଶି ବଡ କରିଛନ୍ତି । ଗତକାଲି ସଂଧ୍ୟାରେ ବିଦ୍ୟୁତ ନଥିବା ସମୟରେ ବିବେକ ଘରକୁ ଫେରିଥିଲେ । କିଛି ସମୟ ପରେ ବିଦ୍ୟୁତ ଆସିବାରୁ ବିବେକଙ୍କ ମାଅ ତାଙ୍କୁ ଖାଇବା ପାଇଁ ଡାକିବା ସମୟରେ  କବାଟ ଖୋଳି ଦେଖିଲା ବେଳକୁ ବିବେକର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲେ ।ଏନେଇ ଆଜି ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବେଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.