୧୫ ଦିନ ହେଲା ବରଗଛରେ ଝୁଲୁଛି ମୃତଦେହ : ହତ୍ୟା କରି ଟାଙ୍ଗି ଦିଆଯାଇଥିବା ସନ୍ଦେହ!

Published By : Prameya-News7 Bureau | October 28, 2019 IST

ନିଆଳି ୨୮/୧୦: ୧୫ ଦିନ ହେଲା ବରଗଛରେ ଝୁଲୁଛି ବୟସ୍କ ବ୍ୟକ୍ତିଙ୍କ ମୃତଦେହ ।କେହି ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

{"id":175761}

ଘଟଣାଟି ଘଟିଛି ନିଆଳି ବ୍ଲକ ପଛ ପଟରେ। ମୃତ ବ୍ୟକ୍ତି ହେଲେ ପୋଦନା ଗ୍ରାମର ଶିଖର ସେଠି । ଶିଖରଙ୍କ ନିଖୋଜକୁ ନେଇ ୧୨ ଦିନ ତଳେ ନିଆଳି ଥାନାରେ ଅଭିଯୋଗ କରିଥିଲେ ପୁଅ ଅମୟ ସେଠି। ଗଣମାଧ୍ୟମ ପକ୍ଷରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ନିଆଳି ପୋଲିସ | ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଲା ପୋଲିସ । ତେବେ ତାଙ୍କ ପୁଅଙ୍କ ସୂଚନା ଅନୁସାରେ ୧୫ ଦିନ ତଳେ ବାପା ବ୍ଲଡ ପ୍ରେସର ମାପିବାକୁ ନିଆଳି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆସି ଆଉ ଘରକୁ ଫେରି ନ ଥି ଲେ। ଘର ଠାରୁ ୧୦ କିମି ଦୂରକୁ ଆସି କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ବରଗଛରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ମିଳିଲା ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.