ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 30, 2019 IST

କଟକ ୩୦/୯: ଚୌଦ୍ବାର ଥାନା ଅନ୍ତର୍ଗତ ଚୌଦ୍ବାର ପୌରପାଳିକା ୧୩ ନମ୍ବର ୱାର୍ଡରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ହେଲେ ପାରିପାର୍ଶ୍ବିକ ଅବସ୍ଥାରୁ ଯୁବକଙ୍କ ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି।ମୃତକ ହେଲେ ପାଇକେରାପୁର ତେଲି ସାହିର ବିପିନ କୁମାର ସାହୁ ।ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ରାତି ପ୍ରାୟ ତିନିଟା ସମୟରେ ବିପିନ  ବେକରେ ଲୁଗା ଦେଇ ଘର ଛାତର ପାଇପରୁ ଓହଳି ଆତ୍ମହତ୍ୟା କରିଛନ୍ତି।

{"id":164490}

ଘରେ କୌଣସି ପାଟିତୁଣ୍ଡ ହୋଇନଥିଲା।ଘର ଛାତ ପାଇପରୁ ତଳ ଉଚ୍ଚତା ପ୍ରାୟ ସାଢ଼େ ଛଅ ଫୁଟ ହେବ।ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାଙ୍କ ଗୋଡ ତଳେ ବାଜିବାର ସମ୍ଭାବନା ରହିଥାଆନ୍ତା।ଆହୁରି ମଧ୍ୟ ବିପିନ ତାଙ୍କ ରୁମର କବାଟ ବନ୍ଦ ନକରି ଆତ୍ମହତ୍ୟା କରିଥିବା ଏବଂ ଓହଳିବା ବେଳେ ବେକରେ କୌଣସି ଦାଗ ନରହିବା ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।ବିପିନ ଚୌଦ୍ବାର କଳିଙ୍ଗ ଛକରେ ଏକ ଫାଷ୍ଟ ଫୁଡ଼ ଦୋକାନ କରିଥିଲେ। ଚୌଦ୍ବାର ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଘଟଣା ସ୍ଥଳରେ ପହଞ୍ଚି ନଥିଲେ।

{"id":164491}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.