ଅନୁଗୁଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
26/09/2018 at 3:13 PM

ଅନୁଗୁଳ ୨୬/୦୯:ଅନୁଗୁଳ ଜିଲ୍ଲା ପାଲଲହଡା ଶାସନ ସାହି ଫଳବଗିଚା ରାସ୍ତା ପୋଲ ନିକଟରେ ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ସେ ହେଲା ଶାସନ ସାହିର ସୁଶାନ୍ତ ସାହୁ (୨୨)। ଗତ କାଲିଠାରୁ ସେ ନିଖୋଜ ଥିଲେ। ଆଜି ତାର ମୃତଦେହ ରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଖବର ପାଇ ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ହେଉଛି।
Related Posts
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ
22 May 2022