ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସଂପର୍କରୁ ହତ୍ୟା ସନ୍ଦେହ

Published By : Prameya-News7 Bureau | October 31, 2019 IST

ସୁନ୍ଦରଗଡ ୩୧।୧୦: ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କୁମ୍ବାରପଡ଼। ଘରୁ ଆରତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗତକାଲି ସଂଧ୍ୟାରେ  ପୋଲିସ ଉଦ୍ଧାର କରିଛି । ତାଙ୍କୁ କିଏ ହତ୍ୟାକରି ଝୁଲାଇ ଦେଇ ଥିବାର ଅନୁମାନ କରାଯାଉଛି ।

{"id":177289}

ଯୁବତୀଙ୍କ ମୃତ୍ୟୁ ପଛରେ ପ୍ରେମ ସଂପର୍କ ଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ପୋଲିସ କରୁଛି । ମୃତ ଆରତୀଙ୍କ ୯ବର୍ଷ ବୟସ୍କ ପୁତୁରା ଘରକୁ ଆସୁଥିବା ବେଳେ ଜଣେ ଦୁର୍ବୃତ ମୁହଁରେ ମୁଖା ପିନ୍ଧି ସେହି ଘରୁ ବାହାରୁଥିବା ଦେଖିଥିବା କହୁଛନ୍ତି । ଆରତୀଙ୍କ ପୁତୁରା ଚିହ୍ନିଦେବା ଭୟରେ ତାକୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା କୁହାଯାଉଛି ।

{"id":177290}

ଖବର ପାଇଁ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଚିଂ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ପୋଲିସ ଏହି ଘଟଣାରେ ମୁହଁ ଖୋଲୁନଥିବା ବେଳେ ଏହା ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣା ପଡୁଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି ।

{"id":177291}

ଅଭିଯୁକ୍ତ କିଏ ଏବଂ ହତ୍ୟା ପଛର କାହାଣୀ ପ୍ରକୃତରେ କଣ ତାହାର ତଦନ୍ତ ପୋଲିସ କରୁଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.