ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

Published By : Prameya-News7 Bureau | December 15, 2018 IST

ରାଉରକେଲା ୧୫|୧୨:  ରାଉରକେଲା ରଘୁନାଥପଲ୍ଲି ଥାନା ପାନପୋଷ ଛକ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ନବ ନିର୍ମିତ ଇଣ୍ଡୋର ଷ୍ଟାଡିୟମର ପଛପଟ ଝରକା ରେଲିଙ୍ଗରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ପାନପୋଷ ଛକ ନିକଟ ହକି ଛକ ଅଂଚଳର ଅଜୟ ସମାସି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନଭିନ ଚଳାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.