ନିର୍ମାଣଧୀନ ଘରୁ ଯୁବକଙ୍କ ଝୁଲନ୍ତା ମୄତଦେହ ଉଦ୍ଧାର

Published By : Prameya-News7 Bureau | September 20, 2019 IST

ପାରାଦୀପ ୨୦।୯: ପାରାଦୀପ ଇଫକୋ ଛକ ନିକଟ ଆଦର୍ଶ ନଗର କଲୋନୀରୁ ଏକ ନିର୍ମାଣଧୀନ କୋଠାଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୄତଦେହ ଉଦ୍ଧାର ହୋଇଛି । ମୄତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

{"id":160201}

ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣଙ୍କ ଏଠାକୁ ଆସି ଆତ୍ମହତ୍ୟା କରିଛନ୍ତି ନା କିଏ ତାଙ୍କୁ ହତ୍ୟା କରି ଏଠାରେ ଝୁଲାଇ ଦେଇଛି ତାର ତଦନ୍ତ ଜାରି ରଖିଛି ପୋଲିସ । ତେବେ ଯୁବକଙ୍କ ପାଟିରେ ଗାମୁଛା ବନ୍ଧା ହୋଇଥିବା ବେଳେ ଏକ କେବୁଲ ତାରରେ ଝୁଲିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.