ତ୍ରିକୋଣୀୟ ପ୍ରେମ ନେଲା ଜୀବନ ! ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
21/11/2019 at 2:11 PM

ମାର୍ଶାଘାଇ ୨୧।୧୧: ଗଛରୁ ଝୁଲନ୍ତା ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫(କ)ର ଯଦୁପୁର ଛକରେ ଥିବା ଏକ ଚାକୁଣ୍ଡା ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ଯଦୁପୁର ଗ୍ରାମବାସୀ ସଙ୍ଗେ ସଙ୍ଗେ ମାର୍ଶାଘାଇ ଥାନାରେ ଜଣାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ମୃତଦେହଟିକୁ ଜବତ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ମୃତକ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ଜଣାପଡିଛି । ତେବେ ତ୍ରିକୋଣୀୟ ପ୍ରେମରୁ ଏହି ଘଟଣା ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।