ଖୋର୍ଦ୍ଧାରେ ଏକ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | October 27, 2018 IST

ଖୋର୍ଦ୍ଧା ୨୭|୧୦: ଖୋର୍ଦ୍ଧାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଖୋର୍ଦ୍ଧା ନୂଆମେଡିକାଲ ନିକଟ ଜୋର ପାଖରେ ଥିବା ଏକ ଭଡା ଘରୁ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଖୋର୍ଦ୍ଧା ଥାନା ଅନ୍ତର୍ଗତ ଭୋଗଡା ଗାଁର। ୨୦ଦିନ ହେବ ସେ ଏଠାରେ ଭଡାରେ ରହୁଥିଲେ । ଖୋର୍ଦ୍ଧା ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହକୁ ନେଇ ମୃତକ ମାନସ ଦାସ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.