ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିତ୍ୟକ୍ତ ଘରୁ ମିଳିଲା ମୃତଦେହ

Published By : Prameya-News7 Bureau | June 27, 2019 IST

ବ୍ରହ୍ମପୁର ୨୭|୬ : ବ୍ରହ୍ମପୁର ଅଶୋକନଗର ୫ମ ଲାଇନ୍ ରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିଲଟନ୍ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ଲେଖାଯାଇଥିବା ଏକ ପରିତ୍ୟକ୍ତ ଘରୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ପ୍ରଭାକର  ସେଠୀ । ପରିତ୍ୟକ୍ତ ଏକ କୋଠରୀରେ ଛାତ୍ର ଜଣକ ଗାମୁଛାରେ ବନ୍ଧା ଅବସ୍ଥାରେ ଝୁଲିଥିବାର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.