Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବନ୍ଦ ଘରୁ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

8/08/2019 at 11:50 AM

ବ୍ରହ୍ମପୁର ୮|୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ମାଣିକ ନଗରରୁ ଜଣେ ଅଧ୍ୟାପକଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏକ ଘରର ଉପର ମହଲାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ ଦୋଶି ଗ୍ରାମର ରାଜେନ୍ଦ୍ର କୁମାର ଭୂୟାଁ । ସେ କଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଭୌତିକ ବିଜ୍ଞାନର ଅଧ୍ୟାପକ।

ଗତ ୨୨ ଦିନ ହେଲା ସେ ମାଣିକନଗରରେ ଭଡାରେ ରହୁଥିଲେ । ଗତ ୧୫ ଦିନ ହେଲା ସେ ଘରୁ କୁଆଡେ ଯାଇନଥିଲେ। ଘରେ ତାଲା ପଡି ରହିଥିଲା । ଆଜି ସେହି ଘରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ଭିତର ପଟୁ ବନ୍ଦ ରହିଥିଲା। ପୋଲିସ କବାଟ ଭାଙ୍ଗି ଭିତରେ ପଶିଥିଲା। ଭିତରେ ରାଜେନ୍ଦ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଶବଟି ପ୍ରାୟତଃ ଗଳିତ ଅବସ୍ଥାରେ ରହିଛି । ବହୁ ଦିନରୁ ମୃତ୍ୟୁ ହୋଇଥିବା ବୋଲି ଆଶଙ୍କା କରୁଛି । କିଭଳି ମୃତ୍ୟୁ ହୋଇଛି ଓ ମୃତ୍ୟୁର କାରଣ କିଛି ଜଣାପଡିନି। ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଇଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।

   Related Posts