ଫିଟିବ ଆଦିତ୍ୟଙ୍କ ଡାଏରୀର ରହସ୍ୟ, ଶନିବାର ଆସିବ ରିପୋର୍ଟ !

Published By : Prameya-News7 Bureau | July 22, 2020 IST

ଭୁବନେଶ୍ୱର ୨୨।୦୭: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଦୁଇ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ଘଟଣା ଉପରକୁ ପରଦା ହଟିପାରିନାହିଁ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସଠିକ୍‌ ତଥ୍ୟ ମିଳିପାରୁନାହିଁ ।  ଆଦିତ୍ୟ ମୃତ୍ୟୁ ସବୁଠାରୁ ରହସ୍ୟମୟ ତଥ୍ୟ ଭାବେ ଉଭା ହୋଇଛି, ତାଙ୍କ ଡାଏରୀ । ଡାଏରୀରେ ସେ ରହସ୍ୟମୟ ୪ ପୃଷ୍ଠାରେ ଲେଖା କିଏ ଲେଖିଛି । ତାହା ଯାଞ୍ଚ କରିବା ପାଇଁ ଗତ ୧୩ତାରିଖ ଦିନ ଠାରୁ  ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଡାଏରୀ ଓ ସୁଇସାଇଡ ନୋଟ ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନଥିବାରୁ ତଦନ୍ତରେ ବିଳମ୍ବ ହେଉଛି , ଉଲ୍ଲେଖ କରି ଜିଆର୍‌ପି ଦର୍ଶାଇଥିଲା । ଏନେଇ ଜିଆର୍‌ପି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଚିଠି ଲେଖି ତୁରନ୍ତ ଜବାବ ଦେବାକୁ କହିଥିଲା । ତେବେ ଏହି ପ୍ରରିପେକ୍ଷୀରେ ତଦନ୍ତ ରିପୋର୍ଟ ଖୁବଶୀଘ୍ର ଆସିପାରେ ବୋଲି ସୂଚନା ରହିଛି ।

ସମାଜସେବୀ ଦାଶଙ୍କ ମୃତ୍ୟୁକୁ ନେଇ ଯେତିକି ସସ୍‌ପେନ୍ସ ଲାଗି ରହିଛି । ତାହା ଠାରୁ ଅଧିକ ସସ୍‌ପେନ୍ସରେ ରହିଛି । ଡାଏରୀରେ ଥିବା ଲେଖା କାହାର । ଆଦିତ୍ୟ ନିଜେ ଲେଖିଛନ୍ତି ନା ଆଉ କିଏ ଲେଖିଛି । ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ଡାଏରୀର ୪ପୃଷ୍ଠା ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ପୋଲିସ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଯାଇଛି । ସୁଇସାଇଡନୋଟରେ ଲେଖା କାହାର , ସେନେଇ ତଦନ୍ତ କରିବା ପାଇଁ ଗତ ୧୩ ତାରିଖରୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ  ଯାଇଥିଲା । ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ୭ଜଣିଆ ଟିମ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।  କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହ୍ୟାଣ୍ଡରାଇଟିଂ ବ୍ୟୁରୋରୁ କୌଣସି ଉତ୍ତର ମିଳିନଥିଲା । ଯାହାକୁ ନେଇ ଜିଆର୍‌ପି ହ୍ୟାଣ଼୍ଡ ରାଇଟିଂ ବ୍ୟୁରୋକୁ ଚିଠି ଲେଖିଥିଲା ।  ତୁରନ୍ତ ଚିଠିର ଉତ୍ତର ଦେବାକୁ ଚିଠିରେ କୁହାଯାଇଥିଲା । ଶେଷରେ ସୂଚନାନୁସାରେ ଶନିବାର ଦିନ ହ୍ୟାଣ୍ଡ ରାଇଟିଂ ବ୍ୟୁରୋରୁ ରିପୋର୍ଟ ଆସିପାରେ ବୋଲି ସୂଚନା ମିଳିଛି । ରିପୋର୍ଟ ଆସିବା ପରେ ଜଣାପଡିବ ଯେ, ଡାଏରୀ ଓ ସୁଇସାଇଡ୍‌ ନୋଟରେ ଲେଖା କାହାର ? କିଏ ଲେଖିଛି ସୁଇସାଇଡ୍ ନୋଟ ? ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.