Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଫିଟୁଛି ଗୁମର : ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି ଆଦିତ୍ୟ, ହ୍ୟାଣ୍ଡରାଇଟିଂ ବ୍ୟୁରୋ ଦେଲା ରିପୋର୍ଟ

23/07/2020 at 10:08 AM

ଭୁବନେଶ୍ବର ୨୩।୭: ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ର ରିପୋର୍ଟ ଜିଆରପିକୁ ହସ୍ତାନ୍ତର କରାଯାଇଛି । ଆଦିତ୍ୟ ତାଙ୍କ ଡାଏରୀରେ ନିଜେ ହିଁ ସୁଇସାଇଡ୍ ନୋଟ୍ ଲେଖିଛନ୍ତି ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଡାଏରୀରେ ଓ ସେଥିରେ ଥିବା ସୁଇସାଇଡ୍ ନୋଟ୍ ଆଦିତ୍ୟଙ୍କ ନିଜ ହାତ ଲେଖା ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛ ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ଆଦିତ୍ୟଙ୍କ ଡାଏରୀକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଇଥିଲା ଜିଆରପି । ତେହେ ଆଦିତ୍ୟର ଡାଏରୀ ଓ ସେଥିରେ ଥିବା ସୁଇସାଇଡ୍ ନୋଟ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲ୍ୟାବରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ୭ ଜଣିଆ ଟିମ୍ ଯାଞ୍ଚ କରୁଛି ।

ଅନ୍ୟପଟେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ସିସିଟିଭି ଫୁଟେଜ୍‌ ମଧ୍ୟ ହସ୍ତଗତ ହୋଇଛି। ଜିଆରପି ଏହି ଫୁଟେଜକୁ ସାର୍ବଜନୀନ କରି ନଥିବାବେଳେ ଏଥିରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବା ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ସଂଧ୍ୟା ୭ଟା ୨୩ ମିନିଟ୍‌ରେ ଆଦିତ୍ୟ ଏକ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଜୁଆଲ ଯାହା ଦର୍ଶାଉଛି ଆଦିତ୍ୟ ପୋଖରୀପୁଟ ରେଳ ଷ୍ଟେସନ କଡରେ ଚାଲିଚାଲି ଯାଉଛନ୍ତି । କିନ୍ତୁ ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ ପାଇଲଟମାନଙ୍କୁ ପଚରାଉଚରା କରିସାରିଛି ଜିଆରପି ପୋଲିସ୍ । ନିୟମ ଅନୁଯାଇ କୌଣସି ଟ୍ରେନରେ କେହି ଧକ୍କା ହେଲେ ପରବର୍ତ୍ତି ଷ୍ଟେସନରେ ଲୋକ ପାଇଲଟ୍ ମେମୋ କାଟିବା କଥା । କିନ୍ତୁ ସେଦିନ ସେହି ରୁଟ୍‌ରେ ଯାଇଥିବା କୌଣସି ଡ୍ରାଇଭର ମେମୋ କାଟି ନାହାନ୍ତି । ଏହି ଘଟଣାରେ ଜିଆରପି ଅଧିକ ତଦନ୍ତ ଚଳାଇଛି ଜିଆରପି।

   Related Posts