ହନ୍ଦଓ୍ବାରାରେ ପୁଣି ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ; ଜଣେ ଆତଙ୍କୀ ମୃତ
7/03/2019 at 11:49 AM

ଶ୍ରୀନଗର ୭|୩ : ଜମ୍ମୁ-କଶ୍ମୀରରେ ଆଜି ପୁଣି ସୁରକ୍ଷାକର୍ମୀ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ହନ୍ଦଓ୍ବାରାରେ ଆତଙ୍କୀ ଲୁଚିଥିବା ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କୀ । ପାଲଟା ଆକ୍ରମଣରେ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।
ଗୁଳି ବିନିମୟସ୍ଥ ଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ବୁଧବାର ରାତିରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଘଟଣାରେ ତଲାସ ଅଭିଯାନ ଏବେ ବି ଚାଲୁ ରହିଛି। ଉକ୍ତ ଗାଁରେ କେତେକ ଆହୁରି କେତେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଉତ୍ତେଜନା ଆଶଙ୍କାରେ ହନ୍ଦୱାରା ଓ କୁପୱାରା ଅଞ୍ଚଳରେ ଇଣ୍ଟରନେଟ୍ ସେବା କାଟି ଦିଆଯାଇଛି ।
Related Posts
F-35 ବିମାନ ଛାଡିବାକୁ ଚାହୁଁଛି ଆମେରିକା ବାୟୁସେନା,ଜାଣନ୍ତୁ କାହିଁକି ?
24 February 2021