'ଯଦି ପାରୁନ ଅକ୍ସିଜେନ୍ ଟ୍ୟାଙ୍କର ପରିଚାଳନା ଦାୟିତ୍ବ ତୁରନ୍ତ IIT-IIMକୁ ଦିଅ': କେନ୍ଦ୍ର ସରକାରଙ୍କୁ ରୋକ୍‌ଠୋକ୍‌ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪/୦୫ : ଦେଶରେ ଅକ୍ସିଜେନ ସଙ୍କଟକୁ ନେଇ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଭର୍ସନା କରୁଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାରି ମଧ୍ୟରେ ପୁଣି ଥରେ କେନ୍ଦ୍ରକୁ କୋର୍ଟ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି, ‘ ଯଦି କେନ୍ଦ୍ର ସରକାର ଅକ୍ସିଜେନ ଟ୍ୟାଙ୍କରଗୁଡିକୁ ସଠିକ ଭାବେ ପରିଚାଳନା କରିପାରୁ ନାହାନ୍ତି ତେବେ ତୁରନ୍ତ IIT ଏବଂ IIM ଭଳି ସଂସ୍ଥାମାନଙ୍କୁ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରନ୍ତୁ ।’

କୋର୍ଟ ଆହୁରି ମଧ୍ୟ କହିଛନ୍ତି, ‘ପ୍ରତିଦିନ ଦିଲ୍ଲୀକୁ ଅତିକମରେ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଆବଶ୍ୟକ । ଯାହାକୁକି କେନ୍ଦ୍ର ସରକାର ଯୋଗାଇଦେବା ନିହାତି ଆବଶ୍ୟକ । ତେବେ ବର୍ତ୍ତମାନ ଖାଲି ଟ୍ୟାଙ୍କର ପର୍ଯ୍ୟାପ୍ତ ମହଜୁଦ ଅଛି ଏବଂ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବ ରହୁଛି । ଯଦି କେନ୍ଦ୍ର ଏହା କରିବାକୁ ଚାହୁଁ ନାହିଁ ତେବେ ତୁରନ୍ତ ଏହାର ଦାୟିତ୍ବ IIT ଏବଂ IIM ଭଳି ସଂସ୍ଥାଙ୍କୁ ହସ୍ତାନ୍ତର କରନ୍ତୁ ।’

ରାଜଧାନୀ ଦିଲ୍ଲୀରେ କରୋନା ଏବେ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏକ ପ୍ରକାର ଲଗାମ୍‌ ଛଡ଼ା ଭାବେ ବଢ଼ି ଚାଲିଥିବା କରୋନା ମଧ୍ୟରେ ଅକ୍ସିଜେନ୍‌ ଅଭାବ ମଧ୍ୟ ଆଉ ଏକ ସଙ୍କଟ ଭାବେ ଉଭା ହୋଇଛି । ମଙ୍ଗଳବାର ପୁଣିଥରେ ଏହି ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।  

wp:embed {"url":"https://twitter.com/ANI/status/1389496271254147073","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1389496271254147073
/wp:embed

ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍‌ ଅଭାବ ନେଇ କେନ୍ଦ୍ରକୁ ଭର୍ତ୍ସନା କରି କହିଛନ୍ତି ଯେ, ତମେ ଆଖି ବନ୍ଦ କରିଦେଇପାର ହେଲେ ଆମେ ନୁହେଁ । ଅକ୍ସିଜେନ୍‌ ନମିଳିବାରୁ ଦିଲ୍ଲୀରେ କେତେ ଲୋକ ମୃତ୍ୟୁ ଘଟିଥିବା ହାଇକୋର୍ଟର ଆମିକସ୍‌ କ୍ୟୁରୀ ସୂଚନା ଦେଇଛନ୍ତି ।

ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏଥିରେ କହିଛନ୍ତି ଯେ, ଯଦି ମହାରାଷ୍ଟ୍ରରେ ଏହି ସମୟରେ ଅକ୍ସିଜେନ୍‌ର ବ୍ୟବହାର କମ୍‌ ରହିଛି ତେବେ ସେଠାରୁ କିଛି ଟ୍ୟାଙ୍କର ଦିଲ୍ଲୀ ପଠାଇ ହେବ । ତେବେ ଏହାର ପକ୍ଷ ରଖିବାକୁ ଯାଇ କେନ୍ଦ୍ର ସରକାର କହିଛନ୍ତି, ଆମେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଆମର ଅନୁପାଳନ ରିପୋର୍ଟ ଦାଖଲ କରିବୁ । ଏଥିରେ ଆମେ ୭ ଶହ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ଯୋଗାଣ ବା ବାକି ଗ୍ୟାସ୍‌ କୋଟା ପୂରଣ କରିବା ବିଷୟରେ ତଥ୍ୟ ରଖିବୁ ନାହିଁ ବୋଲି କେନ୍ଦ୍ର କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.