ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ଛାତ୍ରବୃତି ପାଇବାରୁ ବଂଚିତ ହେଲେ

Published By : Prameya-News7 Bureau | August 06, 2018 IST

ପ୍ରାୟ 60 ଜଣ ଛାତ୍ର ଛାତ୍ରୀ ଭିନ୍ନକ୍ଷମ ବୃତି ପାଇବାରୁ ବଂଚିତ ହୋଇଛନ୍ତି । କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ରୁ ଆସିଛି ଏମିତି ଅଭିଯୋଗ । ଏହି ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବାଣିଶ୍ରୀ ଭତା ଗତ ବର୍ଷ ସେମାନଙ୍କୁ ମିଳି ନାହିଁ। ଆବଶ୍ୟକୀୟ ସମସ୍ତ କାଗଜପତ୍ର ବ୍ଲକ୍ କାର୍ଯ୍ୟାଳୟରେ ଜମା ଦେଇଥିଲେ ସୁଦ୍ଧା ବ୍ଳକ୍ ଅଧିକାରୀଙ୍କ ନିକଟରୁ କାଗଜପତ୍ର କେଉଁ ଆଡେ ଗାୟବ୍ ହୋଇଯାଇଛି । କେନ୍ଦ୍ରାପଡା ଡେରାବିଶର ବିଭିନ୍ନ ପଞ୍ଚାୟତର ପ୍ରାୟ 60 ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ବାଣିଶ୍ରୀ ବୃତି ପାଇବାରୁ ବଂଚିତ ହୋଇଛନ୍ତି । ଏ ନେଇ ଛାତ୍ର ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୁକୁନ୍ଦପୁର, ହରିଅଙ୍କ, ଚାନ୍ଦୋଳ, ଦାନପୁର, ନରସିଂହପୁର, ଜଅଁରା ବାରିମୂଳ ପ୍ରଭୃତି ପଞ୍ଚାୟତର 60 ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ସରକାରଙ୍କ ପ୍ରଦତ ବାଣିଶ୍ରୀ ଛାତ୍ରବୃତି ପାଇଁ ମନୋନୀତ ହୋଇଛନ୍ତି । ଏଥିରେ ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ବାର୍ଷିକ ଦୁଇରୁ ଅଢେଇ ହଜାର ଟଙ୍କା ମିଳଥାଏ । ଅଗଷ୍ଟ ମାସରେ ଆବେଦନ କଲେ ମାର୍ଚ ମାସରେ ଛାତ୍ର ଛାତ୍ରୀଙ୍କ ବ୍ୟାଙ୍କ୍ ଆକାଉଟକୁ ବୃତିଅର୍ଥ ଆସିଥାଏ । ଶେଷଥର ପାଇଁ 2017 ମସିହା ମାର୍ଚ ମାସରେ ଏମାନଙ୍କୁ ଛାତ୍ରବୃତି ମିଳିଥିଲା। କିନ୍ତୁ 2018 ମସିହା ବୃତି ପାଇବାରୁ ଏହି ଛାତ୍ର ଛାତ୍ରୀ ବଂଚିତ ହୋଇଛନ୍ତି । ଏ ନେଇ ଅଭିଭାବଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.