ଦିବ୍ୟାଙ୍ଗ ଯୁବତୀଙ୍କୁ ମିଳିଲା ନ୍ୟାୟ: ହାଇକୋର୍ଟଙ୍କ ନିର୍ଦ୍ଦେଶ, ଝିଅ ହେଲେ ୫ ଲକ୍ଷ, ପୁଅ ହେଲେ ୩ ଲକ୍ଷ

Published By : Prameya-News7 Bureau | September 23, 2020 IST

 କଟକ୨୩/୯:  ନିଜ ଇଚ୍ଛା ବିରୋଧରେ ପ୍ରଥମେ ଗର୍ଭବତୀ ହେବା, ପରବର୍ତ୍ତୀ ସମୟରେ ଗର୍ଭପାତ ନହୋଇ ପାରିବା କାରଣରୁ ମାଆ ହେବାକୁ ଯାଉଥିବା ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ଯୁବତୀଙ୍କୁ ନ୍ୟାୟ ଦେଇଛନ୍ତି ହାଇକୋର୍ଟ । ପ୍ରଥମେ ତାଙ୍କ ଭରଣପୋଷଣ ଲାଗି୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ରାଜ୍ୟ ସରକାର। ପରେ ଯୁବତୀଙ୍କ ଗର୍ଭରୁ ଯଦି ଝିଅ ଜନ୍ମ ହୁଏ ୫ ଲକ୍ଷ ଆଉ ଯଦି ପୁଅ ହେଲା ତାହେଲେ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଖାଲି ସେତିକି ନୁହେଁ । ଜନ୍ମ ହେବାକୁ ଥିବା ଶିଶୁର ପାଠପଢା ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେବାପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

ଯୁବତୀ ଜଣକ ଦିବ୍ୟାଙ୍ଗ ପୁଣି ମାନସିକ ଅନଗ୍ରସର । ସେଥିପାଇଁ ସେ ଦୁଷ୍କର୍ମର ଶିକାର ହୋଇ ମାଆ ହେବାକୁ ଯାଉଛନ୍ତି । ଏଭଳି ଝିଅ, ମାଆ ହେଲେ କଣ କରିବ ଭାବି ଗର୍ଭପାତ କରାଇବାକୁ ଚାହିଁଥିଲେ ଯୁବତୀଙ୍କ ମାଆ , କିନ୍ତୁ ୨୪ ସପ୍ତାହ ବିତିଯାଇଥିବାରୁ ଆଉ ଗର୍ଭପାତ ହୋଇ ପାରିବ ନାହିଁ ବୋଲି ଡାକ୍ତରଖାନା ତରଫରୁ କୁହାଯିବା ପରେ , ମାମଲା ପହଞ୍ଚିଥିଲା ହାଇକୋର୍ଟରେ । ଗର୍ଭପାତ ପାଇଁ  ସିନା କୋର୍ଟ ଅନୁମତି ଦେଲେ ନାହିଁ । କିନ୍ତୁ ଦିବ୍ୟାଙ୍ଗ ଯୁବତୀ ଜଣକ କେମିତି ନିଜ ସନ୍ତାନ ସହ ବଞ୍ଚି ପାରିବେ , ସେଥିପାଇଁ ଦ୍ଵାର ଖୋଲି ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୭ ଦିନ ମଧ୍ୟରେ ପୀଡିତାଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ଗର୍ଭସ୍ଥ ଶିଶୁ ଝିଅ ହୋଇ ଜନ୍ମ ହେଲେ ୫ ଲକ୍ଷ , ନହେଲେ ପୁଅ ହେଲେ ୩ ଲକ୍ଷ ଟଙ୍କାର ଅର୍ଥରାଶି ଦେବାକୁ ହାଇକୋର୍ଟ କହିଛନ୍ତି ।

ହାଇକୋର୍ଟ ଆଜି ଦେଇଥିବା ଏହି ରାୟରେ ଏହା ମଧ୍ୟ କହିଛନ୍ତି ଯେ , ଶିଶୁ ଜନ୍ମ ହେବା ପରେ ତାର ପାଠପଢା ଠାରୁ ଆରମ୍ଭ କରି ପିଲା ଏବଂ ମା'ର ସ୍ଵାସ୍ଥ୍ୟ ଜନିତ ସେବା ଯୋଗାଇ ଦେବାର ଦାୟିତ୍ୱ ହେଉଛି ଜିଲ୍ଲା ପ୍ରଶାସନର। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ , କୌଣସି ଦୁଷ୍କର୍ମ ମାମଲା ଦାଏର ହେବାକ୍ଷଣି ପୁଲିସ ବିଶେଷ ଦାୟିତ୍ୱ ବହନ କରିବ ପୁଲିସ ।ପୀଡ଼ିତା ଭିନ୍ନକ୍ଷମ , ମାନସିକ ଅନଗ୍ରସର କିମ୍ବା ନାବାଳିକା ହୋଇଥିଲେ ।ଗର୍ଭପାତ କରିବା ଲାଗି ପୀଡ଼ିତାଙ୍କ ଅଭିଭାବକଙ୍କ ସମ୍ମତି ନେଇ ପୁଲିସ ପଦକ୍ଷେପ ନେବ । ତେବେ ସେଭଳି ପୀଡ଼ିତାଙ୍କ ଭରଣପୋଷଣ ଏବଂ ଯଦି ସେ ମାଆ ହୁଅନ୍ତି, ତେବେ ମା ଓ ଶିଶୁର ଉତ୍ତର ଦାୟିତ୍ୱ ସରକାରଙ୍କ ର ଵୋଲି ଆଜି ହାଇକୋର୍ଟ ନିଜ ରାୟରେ ଉଲ୍ଲେଖ କରିବା ସହ ଏ ସଂକ୍ରାନ୍ତରେ ଏକ ଗାଇଡ ଲାଇନ ମଧ୍ୟ ଜାରି କରିଛନ୍ତି ।

ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିଲା । ଭିତରେ ନ୍ନୄକ୍ଷମ ତଥା ମାନସିକ ଭାବେ ଅନଗ୍ରସର ଥିବା ଜଣେ ଯୁବତୀଙ୍କୁ ଵଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ତାଙ୍କ ଗର୍ଭପାତ କରାଇବା ଲାଗି ଅନୁମତି ଲୋଡି ଯୁବତୀଙ୍କ ମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.