ଦିବ୍ୟାଙ୍ଗକୁ ମିଳୁନି ସରକାରୀ ସହାୟତା, ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା

Published By : Prameya-News7 Bureau | May 04, 2021 IST

ଚଣ୍ଡିଖୋଲ, ୦୪/୦୫: ସରକାରଙ୍କ ମାଳ ମାଳ ଯୋଜନା ସାଙ୍ଗକୁ ସରକାରୀ କାର୍ଯ୍ୟାଳୟରେ କାମରେ ଠକୁଥିବା କର୍ମଚାରୀ, ଲାଞ୍ଚ ନେଉଥିବା ଅଫିସରଙ୍କୁ ଜଗିବା  ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ତିଆରି କରାଯାଇଛି ମୋ ସରକାର ଆଉ ୫ଟି । ମାତ୍ର ସରକାରଙ୍କ ଏହି ଭଳି  ଧୂଆଁବାଣ ଯୋଜନାରେ ଲକ୍ଷ ଲକ୍ଷ ଉପଯୁକ୍ତ ହିତାଧୀକାରୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ସରକାରଙ୍କ  ପରେ ବି ଜଣେ ୮୦ ପ୍ରତିଶତ ଦିବ୍ୟାଙ୍ଗ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ । ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ବାଘୁଆ ଗ୍ରାମର । ସେହି ଗ୍ରାମର ଶୁକାନ୍ତ ମଲ୍ଲିକ ଆଜକୁ ପାଞ୍ଚ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ବ୍ରେନ ହାମ୍ରେଜ ହୋଇ ଅଳ୍ପକେ ବଞ୍ଚି ଯାଇଥିଲେ । ମାତ୍ର ତାଙ୍କର ଅଙ୍ଗ ପ୍ରତ୍ୟେଙ୍ଗ ସବୁ ଅକାମୀ ହୋଇ ଯାଇଥିଲା । ସେ ଦୁଇ ଓଳି  ଖାଇବା  ପାଇଁ ଭିକ୍ଷା ବୃତ୍ତି କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ପାଲ ତଳେ କଟୁଛି ଜୀବନ ।

ସବୁଠାରୁ ବଡକଥା ହେଲା ଶୁକାନ୍ତଙ୍କର ୮୦ ପ୍ରତିଶତ ବିକଳାଙ୍ଗ ପ୍ରମାଣ ପତ୍ର ଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ଓ ଆବାସ ଯୋଜନାରୁ ସେ ବଞ୍ଚିତ । ଯାହାକି ଗୋଟେ ଦିବ୍ୟାଙ୍ଗ ପାଇଁ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ସରପଞ୍ଚଙ୍କ କଥା ନ କହିବା ଭଲ, ସରପଞ୍ଚ ଏବେ ଲୁଟିବାରେ ବ୍ୟସ୍ତ । ଆମ ପ୍ରତିନିଧି ପଞ୍ଚାୟତ ଅଧିକାରୀ ଓ ବିଡିଓଙ୍କୁ ପଚାରିବାରୁ ସେ ଏହାର ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି, ସରକାରୀ ସହାୟତା କାହା ପାଇଁ ? କେବେ ମିଳିବ ଶୁକାନ୍ତଙ୍କୁ ତାଙ୍କର ହକ୍‌ ? ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.