Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗୁପ୍ତେଶ୍ବର ମନ୍ଦିରରେ ଯୁବକଙ୍କ ଆତ୍ମହତ୍ୟା ! ପୋଲିସର ତଦନ୍ତ ଜାରି

10/12/2019 at 10:36 AM

ଜୟପୁର ୧୦।୧୨: କୋରାପୁଟ  ଜୟପୁର ଅନ୍ତର୍ଗତ ବୈପାରୀଗୁଡାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ମନ୍ଦିରରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ଜଣେ ଯୁବକ ମନ୍ଦିରରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବୈପାରିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ,  ଆଜି ସକାଳ ସମୟରେ ମନ୍ଦିରରେ ଜଣେ ଯୁବକ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟଲୋକଙ୍କ ଦେଖିବାକୁ ମିଳିଥିଲା । ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଯୁବକ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନି ।

   Related Posts