ସାଲେପୁରର ବର-କନ୍ୟା ପାଲଟି ଗଲେ ଉଦାହରଣ: ଲକ୍‌ଡାଉନ୍‌ ନିୟମ ପାଳନ କରି ପଡିଲା ହାତଗଣ୍ଠି

Published By : Prameya-News7 Bureau | May 09, 2020 IST

ସାଲେପୁର୯/୫: କରୋନାର ଲକ୍‌ଡାଉନ୍ ନିୟମ ପାଳନ କରି ପଡ଼ିଲା ହାତଗଣ୍ଠି। ବିନା ବାଣ ରୋଷଣୀରେ ବିବାହ ବେଦୀରେ ବସି ଅଗ୍ନୀକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଛନ୍ଦି ହେଲେ ବର-କନ୍ୟା। ସମ୍ପୂର୍ଣ୍ଣ ସାମାଜିକ ଦୂରତା ନିୟମ ପାଳନ କରି ସମ୍ପର୍ଣ୍ଣ ହୋଇଛି ବାହାଘର।ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ହୋଇଥିଲା ଏହି ବାହାଘର। ସବୁଠୁ ବଡ଼ କଥା ହେଲା ଭୋଜି-ଭାତରେ ଟଙ୍କା ଖର୍ଚ୍ଚ କରିବା ବଦଳରେ ସେହି ଟଙ୍କା କରୋନା ମୁକାବିଲା ପାଇଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଏହି ନବଦମ୍ପତି।ଏହି ଭଳି ମହତ କାର୍ଯ୍ୟ ସମାଜ ସମସ୍ତଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ନବ ଦମ୍ପତି।

{"id":267182,"sizeSlug":"large"}

ଗତକାଲି କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ଗାଁରେ ଏଭଳି ଏକ ବାହାଘର ହୋଇଯାଇଛି। ଏହି ଗାଁର ପ୍ରମୋଦ ସାହୁଙ୍କ ଝିଅ ବୈଶାଳୀ ସାହୁଙ୍କୁ ବୈଦିକ ରୀତି-ରିବାଜରେ ବିବାହ କରିଛନ୍ତି ପୁରୁଷୋତ୍ତମପୁର ଗାଁ ରବୀନ୍ଦ୍ରନାଥ ସ୍ବାଇଁଙ୍କ ପୁଅ ଆଶିଷ ରଂଜନ ସ୍ବାଇଁ। ଆଶିଷ ଜଣେ ସରକାରୀ ଚାକିରିଆ। ବର ଘରୁ ୪ ଜଣ, କନ୍ୟା ଘରୁ ୪ ଜଣ, ବାରିକ ଓ ପୁରୋହିତଙ୍କୁ ମିଶାଇ ମୋଟ୍ ୧୦ ଜଣଙ୍କ ଉପସ୍ଥିତି ବାହାଘର ହୋଇଛି। ତାହା ପୁଣି ସାମାଜିକ ଦୂରତା ରଖି ଆଉ ମୁଁହରେ ମାସ୍କ ଲଗାଇ। ବାହାଘର ଶେଷ ହୋଇଥିଲା। ଶେଷରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପହଁଞ୍ଚି କରୋନା ମୁକାବିଲା ପାଇଁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.