ଆଶ୍ଚର୍ଯ୍ୟ : ଶିଶୁର ମେରୁଦଣ୍ଡ ହାଡ଼ରେ ତିଆରି ହେଲା ହ୍ୟାଣ୍ଡବ୍ୟାଗ୍ ,ବ୍ୟାଗର ମୂଲ୍ୟ ଜାଣି ଉଡ଼ିଯିବ ହୋସ୍
14/04/2020 at 3:19 PM

ଜଣେ ଧନୀ ବ୍ୟକ୍ତି ଏପରି ହ୍ୟାଣ୍ଡବ୍ୟାଗ୍ ବିକ୍ରି କରୁଛନ୍ତି ଯେଉଁଥିରେ ମନୁଷ୍ୟର ମେରୁଦଣ୍ଡର ହାଡ଼ ଏବଂ ଘଡ଼ିଆଳ କୁମ୍ବୀରର ଜିଭ ବ୍ୟବହାର କରାଯାଇଛି। ଏହି ହ୍ୟାଣ୍ଡବ୍ୟାଗର ମୂଲ୍ୟ ୩ଲକ୍ଷ ୮୧ହଜାର ଟଙ୍କାରୁ ଅଧିକ ରଖାଯାଇଛି। ଇଣ୍ଡୋନେସିଆରେ ରହୁଥିବା ଡିଜାଇନର କହିଛନ୍ତି ଯେ ସେ ଏଥିକାଲ୍ ଭାବେ କାନାଡ଼ାରୁ ମନୁଷ୍ୟର ହାଡ଼ କିଣିଥିଲେ,କିନ୍ତୁ ସେ କୌଣସି କାଗଜପତ୍ର ଦେଖାଇବାକୁ ମନା କରି ଦେଇଥିଲେ। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ଏହି ଡିଜାଇନରଙ୍କ ନାଁ ଆରନୋଲ୍ଡ ପୁଲ୍ଟ୍ରା। ତାଙ୍କୁ ଇନଷ୍ଟାଗ୍ରାମରେ ‘ରିଚ୍ କିଡସ୍’ ଗ୍ରୃପରେ ସାମିଲ କରାଯାଇଛି। ଅଧିକାଂଶ ସମୟରେ ସେ ନିଜ ଗ୍ଲାମରସ୍ ଲାଇଫର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି।

ଆରନୋଲ୍ଡ ଆମେରିକାର ଲସ୍ ଆଞ୍ଜେଲସରେ ୨୦୧୬ମସିହାରେ ଏହି ବ୍ୟାଗକୁ ପ୍ରସ୍ତୁତ କରିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଏହା ସମ୍ବନ୍ଧରେ ଏକ ପୋଷ୍ଟ ଭାଇରାଲ୍ ହେବା ପରେ ଏହି ବ୍ୟାଗ୍ ଚର୍ଚ୍ଚାକୁ ଆସିଥିଲା। ସୋସିଆଲ ମିଡିଆରେ ପ୍ରାୟ ଲୋକେ ବ୍ୟାଗକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆରନୋଲ୍ଡ କହିଛନ୍ତି ଯେ ବ୍ୟକ୍ତିଗତ ବୁଝାମଣା ପାଇଁ ମନୁଷ୍ୟ ହାଡ଼ କିଣିବାର କାଗଜପତ୍ର ସେ ଦେଖାଇ ପାରିବେ ନାହିଁ।

ଏହି ବ୍ୟାଗର ମାର୍କେଟିଂ ‘ଆଇଡିଆଲ୍ ଷ୍ଟେଟମେଣ୍ଟ ପିସ୍’ ଭାବେ କରାଯାଉଥିଲା। କେତେକ ଏକ୍ସପର୍ଟଙ୍କ କହିବା ଅନୁସାରେ କାନାଡ଼ାର କୌଣସି ମେଡିକାଲ୍ ସଂସ୍ଥାରେ ସରପ୍ଲେସ୍ ହେବା ସ୍ଥିତିରେ ମନୁଷ୍ୟର ହାଡ଼ କିଣିବା ସମ୍ଭବ।

ଆରନୋଲ୍ଡଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ବ୍ୟାଗ୍ ବିଷୟରେ ଲେଖାଯାଇଛି ଯେ ଏହା ଛୁଆର ମେରୁଦଣ୍ଡ ହାଡ଼ରୁ ପ୍ରସ୍ତୁତ କରାଯାଇଛି। କିନ୍ତୁ ଆରନୋଲ୍ଡ ଏବିଷୟରେ କିଛି କହିନଥିଲେ।
