‘ଆମ ପରିବାରର ମୃତ୍ୟୁ ପାଇଁ ଘର ମାଲିକ ହିଁ ଦାୟୀ’… ହାତଲେଖା ଚିଠି ଖୋଲିବ କି ମୃତ୍ୟୁର ରହସ୍ୟ ?

Published By : Prameya-News7 Bureau | April 30, 2021 IST

ସୁନ୍ଦରଗଡ ୩୦।୪: ସୁନ୍ଦରଗଡରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ନୂଆମୋଡ । ଘଟଣାସ୍ଥଳରୁ ଏକ ହାତଲେଖା ଚିଠି ଜବତ କରିଛି ପୋଲିସ ।ଯେଉଁ ଚିଠିରେ ପରିବାରର ମୃତ୍ୟୁ ପାଇଁ ଘର ମାଲିକ ଦାୟୀ ବୋଲି ଉଲ୍ଲେଖ ରହିଛି । ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଏବେ ଜବତ ହୋଇଥିବା ଚିଠିକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

୧୫ ଦିନ ତଳେ ସ୍ବାମୀ ରାଗିଯାଇ ଘରୁ କୁଆଡ଼େ ଚାଲିଯାଇଥିଲେ । ୩ ଦିନ ତଳେ ଘର ମାଲିକ ଘର ଖାଲି କରିବାକୁ କହିଥିଲେ । ଏନେଇ ସେ କୋଇଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ ରଞ୍ଜିତାକୁ ଡାକି ପଚରାଉଚରା ମଧ୍ୟ କରିଥିଲା । ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ସେମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସେପଟେ ଗୁରୁବାର ସ୍ବାମୀ ପ୍ରହଲ୍ଲାଦଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ ।ହେଲେ ସ୍ତ୍ରୀ ରଞ୍ଜିତା ଓ ୩ ବର୍ଷର ଶିଶୁ କନ୍ୟାର ମୃତଦେହ ନେବାକୁ ପରିବାର କିମ୍ବା ଶ୍ବଶୁର ଘର ଲୋକେ ନଆସିବାରୁ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ଶବଦାହ କରାଯିବ ବୋଲି ସୂଚନା ମିଳିଛି ।
ଗୁରୁବାର ସୁନ୍ଦରଗଡ଼ କୋଇଡା ଅଞ୍ଚଳରୁ ସ୍ତ୍ରୀ ରଞ୍ଜିତା ଓ ଶିଶୁକନ୍ୟାର ମୃତଦେହ ମିଳିଥିବା ବେଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ରୋହିଢା ନିକଟ ଏକ ଗଛରୁ ସ୍ବାମୀ ପ୍ରହଲ୍ଲାଦ ସାହାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.